ଜିଜ୍ଞାସା:   ବିଶ୍ୱ ବିଖ୍ୟାତ ଗଣିତଜ୍ଞ
   'ବିଶ୍ୱ ବିଖ୍ୟାତ ଗଣିତଜ୍ଞ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I

(ଲେଖକଙ୍କ ବିନା ଅନୁମତିରେ ଏହି କୁଇଜ୍ ର କୌଣସି ଅଂଶ ଅନ୍ୟତ୍ର ପ୍ରକାଶ କରିବା ଅନୁଚିତ I) 

Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name (ନାମ):
School with Address (if Student)
Class (if Student)
Address (if not Student)
ସେ ଜଣେ ମହାନ ଭାରତୀୟ ଗଣିତଜ୍ଞ I ତା'ଙ୍କର ଗବେଷଣା ମୂଖ୍ୟତଃ 'ସଂଖ୍ୟାତତ୍ତ୍ୱ' ଉପରେ ଆଧାରିତ ଥିଲା I ସେ π (ପାଇ) ର ମୂଲ୍ୟକୁ 3.1415926218033 ବୋଲି ନିରୂପଣ କରିଥିଲେ I ସେ ଲଣ୍ଡନର ରୟାଲ ସୋସାଇଟିର ସଦସ୍ୟ ଭାବେ ମନୋନୀତ ହେବାରେ ଥିଲେ ବିଶ୍ୱର ସର୍ବକନିଷ୍ଠ  ବୈଜ୍ଞାନିକ :
1 point
Captionless Image
Clear selection

ସିସିଲି ଦୀପପୁଂଜର ସିରାକ୍ୟୁଜଠାରେ ଖ୍ରୀ.ପୂ. 250 ରେ ଜନ୍ମ ଗ୍ରହଣ କରିଥିବା ଏହି ଗ୍ରୀକ୍ ଗଣିତଜ୍ଞଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ  ଗଣିତଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଚାର କରାଯାଏ I ଗଣିତ ଜଗତକୁ ତାଙ୍କର ମୂଖ୍ୟ ଅବଦାନ ଥିଲା  ଏକ ବକ୍ର ଅନ୍ତର୍ଗତ କ୍ଷେତ୍ରର କ୍ଷେତ୍ରଫଳ ଗଣନା I ସେ ମଧ୍ୟ ବୃତ୍ତର ଧର୍ମ ଉପରେ ଗବେଷଣା କରି 'ପାଇ' ର କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟ ନାହିଁ ବୋଲି ସର୍ବପ୍ରଥମେ ମତ ପ୍ରଦାନ କରିଥିଲେ I ସେ π (ପାଇ)  ର ମୂଲ୍ୟ 3.1428 ରୁ  3.14508 ମଧ୍ୟରେ ସୀମିତ ଥିବାର ଗଣନା କରିଥିଲେ I

1 point
Captionless Image
Clear selection

ସେ ଜଣେ ଭାରତୀୟ ଗଣିତଜ୍ଞ ଯିଏ ସୁଲ୍ବ ସୂତ୍ର ଅର୍ଥାତ ବୈଦିକ ଜ୍ୟାମିତି ଉପରେ କାର୍ଯ୍ୟ କରିଥିଲେ ଯାହା ବିଭିନ୍ନ ଆକୄତିର ଯଜ୍ଞବେଦୀ ନିର୍ମାଣରେ ପ୍ରୟୋଗ ହେଉଥିଲା I ସେ ଖ୍ରୀ.ପୂ. 800 ରେ ଏକ ସମକୋଣୀ ତ୍ରିଭୁଜର ତିନି ବାହୁ ମଧ୍ୟରେ ଥିବା ସମ୍ପର୍କ ଆବିଷ୍କାର କରିଥିଲେ ଯାହାକୁ ଗ୍ରୀକ୍ ଗଣିତଜ୍ଞ ପିଥାଗୋରାସ୍ 300 ବର୍ଷ ପରେ ପ୍ରଦାନ କରିଥିଲେ :

1 point
Captionless Image
Clear selection

ଏହି ଭାରତୀୟ ଗଣିତଜ୍ଞଙ୍କୁ 'ମନୁଷ୍ୟ କମ୍ପୁଟର' ବୋଲି କୁହାଯାଏ . ସେ 1997 ମସିହାରେ ସେ କାଳର ସବୁଠାରୁ ଶକ୍ତିଶାଳୀ କମ୍ପ୍ୟୁଟରକୁ ପଛରେ ପକା  ଏକ 201 ଅଙ୍କ ବିଶିଷ୍ଟ ସଂଖ୍ୟାର 23 ତମ ମୂଳ ନିର୍ଭୁଲ ରୂପେ ନିରୂପଣ କରିଥିଲେ I ସେ 1980 ମସିହାରେ ଦୁଇଟି 13 ଅଙ୍କ ବିଶିଷ୍ଟ ସଂଖ୍ୟାର ସଠିକ ଗୁଣନ କରି ଗିନିଜ୍ ବୁକ୍ ଅଫ୍ ବିଶ୍ୱ ରେକର୍ଡରେ 1995 ମସିହାରେ  ସ୍ଥାନ ପାଇଥିଲେ I

1 point
Captionless Image
Clear selection

ସେ ସୁଇଜରଲାଣ୍ଡ ଦେଶରେ ଜନ୍ମ ଗ୍ରହଣ କରିଥିବା ଜଣେ ସୁନାମଧନ୍ୟ ଗଣିତଜ୍ଞ  I ସେ ଏକ ସୁଷମ  ବହୁଫଳକର ପାର୍ଶ୍ୱ , ଧାର ଓ ଶୀର୍ଷବିନ୍ଦୁ ସଂଖ୍ୟା ମଧ୍ୟରେ ଥିବା ଗାଣିତିକ ସମ୍ପର୍କ ଆବିଷ୍କାର କରିଥିଲେ I ସେ ମଧ୍ୟ ଗାଣିତିକ ଫଳନ (Function) ର ସାଙ୍କେତିକ ଚିହ୍ନ f(x)  ବୋଲି ସର୍ବପ୍ରଥମେ ବ୍ୟବହାର କରିଥିଲେ I

1 point
Captionless Image
Clear selection

1642 ମସିହାରେ ଜନ୍ମ ଗ୍ରହଣ କରିଥିବା ସେ ଜଣେ ଫରାସୀ ଗଣିତଜ୍ଞ I ତାଙ୍କର ପିତା ବୄତ୍ତିରେ ଜଣେ କର ଆଦାୟକାରୀ ଥିଲେ I ପିଲାଦିନୁ ତାଙ୍କର ଗାଣିତିକ କୃତି ପ୍ରତିଭାର ପରିଚୟ ମିଳିଥିଲା I  ମାତ୍ର 19 ବର୍ଷ ବୟସରେ ସେ ତା'ଙ୍କ ପିତାଙ୍କ ଚାକିରୀର  ଅଙ୍କ ହିସାବ କିତାବକୁ ସହଜ କରିବା ପାଇଁ ଏକ ଯାନ୍ତ୍ରିକ ଗଣନ ଯନ୍ତ୍ର ବିକଶିତ କରିଥିଲେ  ଯାହା ଜଟିଳ ଯୋଗ ବିୟୋଗ ପ୍ରକ୍ରିୟା ଶୀଘ୍ର ସମ୍ପାଦନ କରି ପାରୁଥିଲା I ତା'ଙ୍କର ମଧ୍ୟ ସମ୍ଭାବନା ତତ୍ତ୍ୱ (Probability Theory) ତଥା ସଂଖ୍ୟା ତତ୍ତ୍ୱ ଉପରେ  ଅବଦାନ ଥିଲା I ସେ କୌଣସି ଦ୍ୱିପଦ ବୀଜଗାଣିତିକ ରାଶିର ପ୍ରସାରଣ (Binomial Expansion) ର ସହଗସବୁକୁ ମନେ ରଖିବା ପାଇଁ ଏକ ତ୍ରିଭୁଜାକାର ସଂଖ୍ୟାସଜ୍ଜା ପଦ୍ଧତି ପ୍ରଚଳନ କରିଥିଲେ I 

1 point
Captionless Image
Clear selection

1912 ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ରିଟିଶ୍ ଗଣିତଜ୍ଞଙ୍କର କମ୍ପ୍ୟୁଟର୍ ବିଜ୍ଞାନ ଏବଂ ଗୁପ୍ତ ସଙ୍କେତର ବିଶ୍ଳେଷଣ ବିଜ୍ଞାନ (Cryptography) ଉପରେ ଅବଦାନ ଥିଲା I  ସେ ଆଲଗୋରିଦିମ୍ (ସୋପାନ ଭିତ୍ତିକ ପଦ୍ଧତି) ବ୍ୟବହାର କରି ଗଣନକ୍ରିୟା ଜରିଆରେ ଏକ ଦକ୍ଷ ଗଣନଯନ୍ତ୍ରର ପରିକଳ୍ପନା କରିଥିଲେ ଯାହାକୁ ଏବେ  ତା'ଙ୍କ ନାମ ଅନୁସାରେ ନାମିତ କରା ଯାଇଛି I  ଆଧୁନିକ କମ୍ପ୍ୟୁଟର  ନିର୍ମାଣରେ ଏହି ଧାରଣା ବ୍ୟବହୄତ ହେଉ ଥିବାରୁ ତା'ଙ୍କୁ କେହି କେହି 'କମ୍ପ୍ୟୂଟର ବିଜ୍ଞାନର ଜନକ' ବୋଲି ଅଭିହିତ କରିଥା'ନ୍ତି I ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ  ସମୟରେ ବ୍ରିଟିଶ   ସେନାବାହିନୀ ତରଫରୁ ଶତୃପକ୍ଷ ଜର୍ମାନୀର ଗୁପ୍ତ ସଙ୍କେତକୁ ପଢିବାରେ ନିୟୋଜିତ ଥିଲେ I ଅବଶ୍ୟ ତା'ଙ୍କର ଜାବନକାଳ ମଧ୍ୟରେ ତା'ଙ୍କୁ ବିଶେଷ ସମ୍ମାନ କିମ୍ବା ସ୍ୱୀକୄତି ମିଳି ନଥିଲା I  

1 point
Captionless Image
Clear selection

ସେ ଜଣେ ଇଂରେଜ ଗଣିତଜ୍ଞ  ଏବଂ ଲଗାରିଦିମ୍ ର ଆବିଷ୍କର୍ତ୍ତା ଜନ୍ ନେପିଅର୍ ଙ୍କ ସମସାମୟିକ ଥିଲେ I  ନେପିଅର୍ ଙ୍କ ଲଗାରିଦିମ୍ (ସ୍ୱାଭାବିକ ଲଗାରିଦିମ୍ Natural Logarithm)  ର ଆଧାର 'e' (ମୂଲ୍ୟ: 2.7182) ଥିଲାବେଳେ ସେ ତାକୁ 10 ଆଧାର ଅନୁସାରେ ଏକ ସାରଣୀ ପ୍ରସ୍ତୁତ କରିବାରେ ଉଦ୍ୟମ କରିଥିଲେ I  ଏହି ଲଗାରିଦିମ୍ ସାରଣୀ ପ୍ରସ୍ତୁତି ପାଇଁ ସେ ସାରା ଜୀବନ ବିତାଇ ଦେଇଥିଲେ ଏବଂ ସେ ନିଜ ଜୀବନକାଳ ମଧ୍ୟରେ ସମୁଦାୟ 30,000 ସ୍ୱଭାବିକ ସଂଖ୍ୟାର ଦଶମିକ 14 ସ୍ଥାନାଙ୍କ ପର୍ଯ୍ୟନ୍ତ ଲଗାରିଦିମ୍ ମାନ ନିରୂପଣ କରିଥିଲେ I ଏହି 10 ଆଧାର ବିଶିଷ୍ଟ ଲଗାରିଦିମ୍କୁ ସାଧାରଣ ଲଗାରିଦିମ୍ (Common Logarithm) ବୋଲି କୁହାଗଲା  ଯାହା ଏବେ ବିଶେଷ ଲୋକପ୍ରିୟ ହୋଇଛି I

1 point
Captionless Image
Clear selection

ଖ୍ରୀ.ପୂ. 300 ର ଜନ୍ମ ଗ୍ରହଣ କରିଥିବା ଏହି ପ୍ରାଚୀନ ଗ୍ରୀକ୍ ଗଣିତଜ୍ଞ ସମତଳ ଜ୍ୟାମିତିର ମୂଳାଧାର ସ୍ଥାପନ କରିଥିଲେ I ସେ କିଛି ସ୍ୱତସିଦ୍ଧ ଓ ପ୍ରସ୍ତାବନାରୁ ରୁ ଆରମ୍ଭ କରି ଜ୍ୟାମିତି ଜଗତର ଅନେକ ଫଳାଫଳ ପ୍ରମାଣ କରିଥିଲେ ଯାହାକୁ 'ଉପପାଦ୍ୟ' ଓ 'ସିଦ୍ଧାନ୍ତ'  କୁହାଗଲା I ସେ ନିଜର ଆବିଷ୍କାରକୁ 'ଏଲିମେଣ୍ଟସ୍' ନାମକ ଏକ 13 ଖଣ୍ଡ ବିଶିଷ୍ଟ ଗ୍ରନ୍ଥ ରୂପରେ ରଚନା କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜ୍ୟାମିତି କ୍ଷେତ୍ରରେ ଏକ ଅମୂଲ୍ୟ ରଚନା ରୂପେ ପରିଗଣିତ ହେଉଛି I  ଜ୍ୟାମିତି ଜଗତକୁ ଏହି  ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତା"ଙ୍କୁ 'ଜ୍ୟାମିତିର ଜନକ' ବୋଲି କୁହାଯାଏ I

1 point
Captionless Image
Clear selection

ଏହି କୁଇଜ୍ ସମ୍ପର୍କରେ ନିଜର ମତାମତ ନିମ୍ନରେ ଲେଖନ୍ତୁ I 

ଏହି ଭଳି ଅନ୍ୟ କୁଇଜରେ ଭାଗ ନେବାକୁ ଚାହୁଁଥିଲେ ନିମ୍ନ ଲିଙ୍କ୍କୁ କ୍ଲିକ୍ କରନ୍ତୁ : https://nikunjasahu66.blogspot.com/2021/11/link-for-quiz.html

Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy