ଜିଜ୍ଞାସା: ବିଚିତ୍ର ମରୁଜୀବ (ଭାଗ-1)
 ଧୂ ଧୂ ମୁଣ୍ଡଫଟା ଖରା I  ଚାରିଆଡେ ଖାଲି ବାଲି ଆଉ ବାଲି I ଶୋଷରେ ହଂସା ଉଡିଗଲେ ବି ମୁନ୍ଦେ ପାଣି ପିଇବାକୁ ମିଳେନି ଏଇଠି I ବିଚିତ୍ର ଏ ରାଇଜ ଓ ବିରଳ ଏଠିକାର ପରିବେଶ I  ମାତ୍ର ପ୍ରକୄତିର ଏହି ପ୍ରତିକୂଳ ବତାବରଣକୁ ଆଦରି ନେଇ ଏଠି ମୁଣ୍ଡ ଗୁଞ୍ଜିଛନ୍ତି ଅନେକ ଜୀବ I ପ୍ରକୄତି ସହିତ ଖାପ ଖୁଆଇ ଚଳିବା ତଥା ଶରୀରରେ ଜଳ ସଂରକ୍ଷଣ କଳା ହିଁ ସେମାନଙ୍କ ବଞ୍ଚିବାର କୌଶଳ I ମରୁଭୂମିର ଏଭଳି  କେତେକ  ବିଚିତ୍ର ଜୀବଙ୍କ ଉପରେ ଏଥର ଉପସ୍ଥାପନା I

   'ବିଚିତ୍ର ମରୁଜୀବ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name
School with Address (if Student)
Class (if Student)
Address (if not Student)
 ଓଟକୁ 'ମରୁଭୂମିର ଜାହାଜ' କୁହାଯାଏ  I ନିଜ କୁଜରେ ସଞ୍ଚିତ ଏକ ପଦାର୍ଥ ଯୋଗୁଁ ଏହା ଦୀର୍ଘ ଦିନ   ନଖାଇ ବଞ୍ଚିପାରେ  I ଏକ  ଓଟର କୁଜରେ ମୂଖ୍ୟତଃ କେଉଁ ପଦାର୍ଥ ସଞ୍ଚିତ ଥାଏ?
1 point
Captionless Image
Clear selection
କେଉଁ ମରୁଜୀବ କଦାପି ପାଣି ପିଇ ନଥାଏ ?
1 point
Captionless Image
Clear selection
ଏକ ମରୁ ପକ୍ଷୀର ଅଣ୍ଡା ପକ୍ଷୀଜଗତରେ ସବୁଠାରୁ ବଡ I ସେ ପକ୍ଷୀର ନାମ କ”ଣ ?
1 point
Captionless Image
Clear selection
ଏମୁ, ରିଆ ଏବଂ ଓଟପକ୍ଷୀ- ଏମାନେ ସମସ୍ତେ ମରୁଭୂମିର ପକ୍ଷୀ I ତେବେ ଏମାନଙ୍କ ମଧରେ ଥିବା ମୂଖ୍ୟ ସମାନ ଧର୍ମଟି କ’ଣ?
1 point
Captionless Image
Clear selection
ଅଷ୍ଟ୍ରେଲିଆର ମରୁଭୂମିରେ ବାସ କରୁଥିବା ଏହି ପକ୍ଷୀ ମରୁଭୂମିର ପକ୍ଷୀମାନଙ୍କ ମଧ୍ୟରୁ ଉଚ୍ଚତାରେ ଦ୍ୱିତୀୟ I  ଏହା ଉଡିପାରେ ନାହିଁ, ମାତ୍ର ଭଲ ଦୌଡିପାରେ I ଏହି ପକ୍ଷୀଟିକୁ ଚିହ୍ନ:
1 point
Captionless Image
Clear selection
ଏହି ମରୁପକ୍ଷୀ ଦକ୍ଷିଣ ଆମେରିକାର ମରୁଭୂମିରେ ବାସ କରିଥାଏ I ଏହା ଉଡିପାରେ ନାହିଁ, ମାତ୍ର ଭଲ ଦୌଡିପାରେ I ଏହି ପକ୍ଷୀ ସମାଜରେ  କେବଳ ପୁରୁଷ ପକ୍ଷୀମାନେ ହିଁ ଅଣ୍ଡାର ଯତ୍ନ ନେଇଥା’ନ୍ତି I ଏହି ପକ୍ଷୀଟିକୁ ଚିହ୍ନ:  
1 point
Captionless Image
Clear selection
 ଦକ୍ଷିଣ ଆଫ୍ରିକାର ମରୁଭୂମିରେ ବାସ କରୁଥିବା  ଆର୍ମାଡିଲୋ ଝିଟିପିଟି ( Armadillo Lizard) ଏକ ବିଚିତ୍ର ଜୀବ I ଏହା ବେଳେବେଳେ ନିଜ ଲାଞ୍ଜକୁ ପାଟିରେ ଭର୍ତ୍ତି କରି ଶରୀରକୁ ଏକ ପିଂଡୁଳାକାର କରିଦିଏ I ଏହାର କାରଣ କ’ଣ?
1 point
Captionless Image
Clear selection
ମରୁ ଉଦ୍ଭିଦ କାକଟସ୍ ର କେଉଁ ଅଙ୍ଗ  ପ୍ରଚୁର ଜଳ ସଞ୍ଚୟ କରି ରଖିଥାଏ?
1 point
Captionless Image
Clear selection
ଖଜୁରୀ ଗଛ ନିଜର ମିଠା ଓ ସୁସ୍ୱାଦୁ ଫଳ ପାଇଁ ବେଶ୍ ପ୍ରସିଦ୍ଧ I ଏହା ପ୍ରଥମେ ଆରବ ମରୁଭୂମି ଅଞ୍ଚଳରେ ଚାଷ କରାଯାଇଥିବାର ଅନୁମାନ କରାଯାଏ  I ତେବେ ମରୁଭୂମିର ଜଳଶୂନ୍ୟ ପରିସ୍ଥିତିରେ ଖଜୁରୀ ଗଛ ବଞ୍ଚିପାରେ କିପରି?
1 point
Captionless Image
Clear selection
ଭାରତର ଥର୍ ମରୁଭୂମିରେ ବାସ କରୁଥିବାଏକ ଛୋଟ ହରିଣ ସଦୄଶ ଏହି ଜୀବ ପାଣି ନ ପିଇ ଦୀର୍ଘ ଦିନ ବଞ୍ଚିପାରେ I  ଏହି ଜୀବକୁ ଚିହ୍ନ:
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy